ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମଣ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇବ? କିଛି ବିଶେଷଜ୍ଞଙ୍କ ମତରେ ଏହା ହିଁ ହେବାକୁ ଯାଉଛି। ମେଡିକାଲ ଶିକ୍ଷା ଓ ଟ୍ରେନିଂର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଏହା କହିଛନ୍ତି। ଭୂତାଣୁର ସଂକ୍ରମଣ କ୍ରମଶଃ କମିବା ସହିତ ସ୍ଥିତିରେ ଅନେକ ଉନ୍ନତି ହେବ ବୋଲି ତାଙ୍କ ମତ। ତେବେ ଲୋକେ ମାସ୍କ ପିନ୍ଧିବା ଓ ଦୂରତା ବଜାୟ ରଖିବା ଆଦି ନିୟମକୁ ନିତାନ୍ତ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓଡ଼ିଶାରେ କରୋନା ରୋଗୀଙ୍କ ସୁସ୍ଥ ହାର ଅନ୍ୟ ରାଜ୍ୟ ତୁଳନାରେ ଭଲ। ସେହିଭଳି ମୃତ୍ୟୁସଂଖ୍ୟା ମଧ୍ୟ ଏତେ ସାଙ୍ଘାତିକ ନୁହେଁ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପିକେ ମହାପାତ୍ର କହିଛନ୍ତି ଯେ ଓଡ଼ିଶା ପାଇଁ ଯେଉଁ ଆକଳନ କରାଯାଇଥିଲା ଅଗଷ୍ଟ ମାସ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିବ। ଆଗ ଅପେକ୍ଷା ଏବେ ଅଧିକ ଟେଷ୍ଟ ହେଉଥିବାରୁ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବେଶୀ ଦେଖାଯାଉଛି ବୋଲି ସେ କହିଛନ୍ତି।BGUଗତ ୭ ଦିନ ଭିତରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଛି। ସେହିଭଳି ସୁସ୍ଥଙ୍କ ସଂଖ୍ୟା ୭୧ ପ୍ରତିଶତରେ ପହଞ୍ଚିଛି। ଖୁବ ଶୀଘ୍ର ରାଜ୍ୟରେ କରୋନା  ସ୍ଥିତି ନିୟନ୍ତ୍ରଣ ଅବସ୍ଥାକୁ ଆସିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comment