ଓଡ଼ିଶାଲାଇଭ୍ ବ୍ୟୁରୋ     

 

ରାଜ୍ୟର ୫ଟି ମହାନଗରର କରୋନା ରିପୋର୍ଟ।

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଉପରମୁହାଁ ହୋଇ ବଢ଼ିଚାଲିଛି। ପ୍ରତିଦିନ ୩ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ସଂକ୍ରମିତଙ୍କ ସଂଖ୍ୟା ଆସି ଲକ୍ଷେ ଟପିସାରିଲାଣି। ଅନ୍ୟପଟେ ରାଜ୍ୟର ୫ଟି ମହାନଗର କୁହାଯାଉଥିବା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ସ୍ଥିତି ଚିନ୍ତାଜନକ। ଏହି ୫ଟି ମହାନଗର ଥିବା ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।ବିଏମସି ନମ୍ବର ୱାନ୍

କରୋନା ସଂକ୍ରମିତ ମହାନଗରମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଭୁବନେଶ୍ୱର ମହାନଗର ନିଗମ। ଏହି କାରଣରୁ ଆଜି ଖୋର୍ଦ୍ଧା ଜିଲ୍ଲା ମଧ୍ୟ ସଂକ୍ରମିତ ଜିଲ୍ଲା ତାଲିକାରେ ଟପରେ ରହିଛି। ଖୋର୍ଦ୍ଧାରୁ ଏଯାବତ ମୋଟ ୧୮,୧୫୫ ପଜିଟିଭ୍ ଚିହ୍ନଟ ହୋଇସାରିଥିବାବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରରୁ ଅଛନ୍ତି ୧୨ ହଜାରରୁ ଅଧିକ। ଅର୍ଥାତ ଖୋର୍ଦ୍ଧା ଜିଲ୍ଲାର ୬୦ ପ୍ରତିଶତରୁ ଅଧିକ ସଂକ୍ରମିତ କେବଳ ରାଜଧାନୀର ବୋଲି ଜଣାପଡ଼ିଛି।

ରାଜଧାନୀରେ ଟେଷ୍ଟିଂ, ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଦୈନିକ ପ୍ରାୟ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ମୋଟ ୧୨,୭୮୩ ସଂକ୍ରମିତ ଚିହ୍ନଟ ହୋଇସାରିଥିବାବେଳେ ସେଥିମଧ୍ୟରୁ ଏବେ ବି ୪୮୩୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

ସିଏମସିରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର ପରେ ଏବେ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି କଟକ ମହାନଗର ନିଗମ। କଟକ ଜିଲ୍ଲାରୁ ଏଯାବତ ମୋଟ ୮୯୯୧  ପଜିଟିଭ୍ ଚିହ୍ନଟ ହୋଇସାରିଥିବାବେଳେ ସେଥିମଧ୍ୟରୁ ୫ ହଜାରରୁ ଅଧିକ ସଂକ୍ରମିତ ସିଏମସି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଗତ କିଛି ଦିନ ଧରି କଟକରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।

କଟକ ମହାନଗର ଅଞ୍ଚଳରେ ଏବେ ମୋଟ ୫୦୦୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଏବେ ବି ପ୍ରାୟ ୧୨ରୁ ଅଧିକ ସଂକ୍ରମିତ ସକ୍ରିୟ ଅଛନ୍ତି।

ବ୍ରହ୍ମପୁରରେ ସ୍ଥିତି ସୁଧୁରୁଛି

ରାଜ୍ୟରେ କରୋନା ସଂକ୍ରମଣର କେନ୍ଦ୍ର ସ୍ଥଳ ପାଲଟିଥିବା ଗଞ୍ଜାମ ଜିଲ୍ଲା ଭିତରେ ରହିଛି ବ୍ରହ୍ମପୁର ମହାନଗର ନିଗମ। ହେଲେ ବର୍ତ୍ତମାନ ଏହି ମହାନଗରରେ କରୋନା ସଂକ୍ରମଣ ସୁଧୁରିବା ଭଳି ଦେଖାଯାଉଛି। ଏଯାବତ ବ୍ରହ୍ମପୁର ମହାନଗର ନିଗମରୁ ମାତ୍ର ୩୪୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ବିଏମସି ଓ ସିଏମସିଠାରୁ ଢ଼େର ଅଧିକ।

ତେବେ ଗଞ୍ଜାମ ଜିଲ୍ଲାରେ କିନ୍ତୁ ସ୍ଥିତି ବିପରୀତ। ଗତ କିଛି ଦିନ ହେଲା ଗଞ୍ଜାମରେ ସ୍ଥିତି ସୁଧୁରୁଥିବାବେଳେ ଏବେ ବି ସଂକ୍ରମିତ ଜିଲ୍ଲା ତାଲିକାରେ ଗଞ୍ଜାମ ଦ୍ୱିତୀୟରେ ରହିଛି।

ରାଉରକେଲାରେ ପ୍ରାଣ ହରାଇଲେଣି ୩୨ ଜଣ

ପଶ୍ଚିମ ଓଡ଼ିଶାର ଅନ୍ୟତମ ରାଜ୍ୟ ସୁନ୍ଦରଗଡ଼ କରୋନାରେ ଅତ୍ୟଧିକ ଭାବେ ପ୍ରଭାବିତ ହୋଇଛି। ଏଯାବତ ସେଠାରୁ ମୋଟ ୩୬ ଜଣ କୋଭିଡ୍ ରୋଗୀ ପ୍ରାଣ ହରାଇସାରିଲେଣି। ପ୍ରାଣ ହରାଇଥିବା ଏହି ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କେବଳ ରାଉରକେଲା ମହାନଗର ନିଗମ ଅଞ୍ଚଳ।

ରାଉରକେଲା ମହାନଗର ନିଗମରେ କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ସେଠାରୁ ଏଯାବତ ମୋଟ ୨୬୮୩ ପଜିଟିଭ୍ ଚିହ୍ନଟ ହୋଇସାରିଥିବାବେଳେ ୨୪ଶହରୁ ଅଧିକ ସୁସ୍ଥ ହୋଇସାରିଲେଣି। ହେଲେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।BGUସମ୍ବଲପୁରରେ ପ୍ରାଣ ହରାଇଲେଣି ୧୧ ଜଣ

ରାଉରକେଲା ଭଳି ସମ୍ବଲପୁର ମହାନଗର ନିଗମର କରୋନା ସ୍ଥିତି ମଧ୍ୟ ଚିନ୍ତାଜନକ। କାରଣ ସମ୍ବଲପୁର ଜିଲ୍ଲାରୁ ଏଯାବତ ମୋଟ ୧୨ ଜଣ ପ୍ରାଣ ହରାଇଥିବାବେଳେ ସେଥିମଧ୍ୟରୁ ମହାନଗର ନିଗମ ଅଞ୍ଚଳର ୧୧ ଜଣ ରହିଛନ୍ତି।

ସମ୍ବଲପୁରରୁ ଏବେ ସୁଦ୍ଧା ମୋଟ ୨୯୮୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୧୨୩ ସଂକ୍ରମିତ କେବଳ ମହାନଗର ନିଗମ ଅଞ୍ଚଳ। ଅର୍ଥାତ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ପାଇଁ ଆଜି ସମ୍ବଲପୁର ଜିଲ୍ଲା ରେଡ୍ ଜୋନରେ ରହିଛି।

Comment