ଓଡ଼ିଶାଲାଇଭ୍ କରୋନା ବ୍ୟୁରୋCORONA POSITIVE

  • ଦିନକରେ ସର୍ବାଧିକ ୮୬,୪୩୨ ଆକ୍ରାନ୍ତ, ୧,୦୮୯ ମୃତ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୨୩,୧୭୯କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୯,୫୬୧କୁ ବୃଦ୍ଧି

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା ସଂକ୍ରମଣ। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮୬,୪୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୨୩,୧୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧,୦୭,୨୨୩ ଜଣ ସୁସ୍ଥ ହୋଇଥିବା ବେଳେ ୮,୪୬,୩୯୫ଟି ଆକ୍ଟିଭ୍ କେସ୍ ରହିଛି।BGUସେହିପରି ଆଜି ୧,୦୮୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୯,୫୬୧କୁ ବୃଦ୍ଧି ପାଇଛି।

Comment