ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଯୁବ କିରାଣୀ ଶୁଭକାନ୍ତ ନାୟକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଶୁଭକାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର, ଶୁଭାକାଂକ୍ଷୀ ଓ ସାଙ୍ଗସାଥୀ ମହଲରେ ଦୁଃଖର ଛାୟା ଖେଳି ଯାଇଛି।

୪୫ ବର୍ଷିୟ ଶୁଭକାନ୍ତ ଗତକାଲି ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ଆସିଥିଲା। ଗୁରୁତର ଶୁଭକାନ୍ତଙ୍କୁ ଜିଲ୍ଲା ହସ୍ପିଟାଲରୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।BGUସେଠାରେ ବେଡ୍ ନଥିବା କାରଣରୁ ତାଙ୍କୁ ପାଖାପାଖି ୬୦ କିଲୋମିଟ ଦୂର ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ଶୁଭକାନ୍ତଙ୍କ ଆଡ୍‌ମିସନ କରିବା ସମୟରେ ସେ ପ୍ରାଣ ହରାଇଥିଲେ। ଶୁଭକାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପତ୍ନୀ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here