ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୭୫,୮୦୯ ଆକ୍ରାନ୍ତ, ୧,୧୧୩ ମୃତ
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୨,୭୭୫କୁ ବୃଦ୍ଧି
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୨,୮୦,୪୨୩କୁ ବୃଦ୍ଧି
ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ। ଆଜି ଗୋଟିଏ ଦିନରେ ପୁଣି ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୭୨ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୫,୮୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୨,୮୦,୪୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୩,୨୩,୯୫୦ ଜଣ ସୁସ୍ଥ ହୋଇଥିବା ବେଳେ ୮,୮୩,୬୯୭ଟି ଆକ୍ଟିଭ୍ କେସ୍ ରହିଛି।
ସେହିପରି ଆଜି ୧,୧୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୨,୭୭୫କୁ ବୃଦ୍ଧି ପାଇଛି।













