ଓଡ଼ିଶାଲାଇଭ୍ ବ୍ୟୁରୋhaircare-1

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଠିକ୍‌ ଭାବେ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମୟର ଅଭାବରୁ ରାତିରେ କେଶ ଧୋଇଥାନ୍ତି। କିନ୍ତୁ ରାତିରେ କେଶ ଧୋଇବା ଦ୍ୱାରା ଅନେକ ପ୍ରକାର କେଶ ସମସ୍ୟା ଦେଖାଦିଏ। ଜାଣନ୍ତୁ ସେହି ସବୁ ସମସ୍ୟା ବିଷୟରେ..

ରାତିରେ କେଶ ଧୋଇବା ଫଳରେ କେଶ ଅଧିକ ସମୟ ଧରି ଓଦା ରହିଥାଏ। କେଶ ଓଦା ଥିବା ବେଳେ ଶୋଇଲେ କେଶ ଛିଣ୍ଡିବାର ଆଶଙ୍କା ଅଧିକ ଥାଏ।BGUରାତିରେ କେଶ ଧୋଇବା ଫଳରେ ଏହା ଅଧିକ ଜଟ ହୋଇଯାଏ। ଏଥିସହ ମୁଣ୍ଡ ବିନ୍ଧା ହେବା, ମୁଣ୍ଡ ଭାରି ଭାରି ଲାଗିବା, ଥଣ୍ଡା ହେବା ଭଳି ସମସ୍ୟା ଦେଖାଦେଇଥାଏ।କେଶ ଓଦା ଥିବାରୁ ମୁଣ୍ଡ ଥଣ୍ଡା ରହେ କିନ୍ତୁ ଶରୀର ଗରମ ରହିଥାଏ। ଫଳରେ ଥଣ୍ଡା ହେବା ସହ ମୁଣ୍ଡ ବିନ୍ଧିଥାଏ।

ତେଣୁ ଯଦି ରାତିରେ କେଶ ଧୋଉଛନ୍ତି, ତେବେ କେଶକୁ ଭଲ ଭାବରେ ଶୁଖାଇ ଶୁଅନ୍ତୁ।

Comment