ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୁଣି ଓଲଟିଲା ଶ୍ରମିକଙ୍କୁ ନେଇଯାଉଥିବା ବସ୍। ରାୟଗଡ଼ା ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ଟି ଓଲଟି ପଡ଼ିଛି। ଏଥିରେ ୧୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ବିହାର ରାଜ୍ଯର ଆଲିଗଂଜରୁ ୨୨ଜଣ, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲର ୪୩ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ବସ୍‌ଟି ତାମିଲନାଡୁ ଯାଉଥିଲା। ରାୟଗଡ଼ା-କୋରାପୁଟ ୩୬ ନମ୍ଵର ଜାତୀୟ ରାଜପଥର ଗୁମ୍ମା ଘାଟିଠାରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଛି। ବସ୍‌ରେ ପ୍ରାୟ ୬୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବାର ସୂଚନା ମିଳିଛି।ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ୍ ପହଞ୍ଚି ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି। ତାମିଲନାଡୁର ଏକ ସୁତା କଳର ମାଲିକ ଶ୍ରମିକ ମାନଙ୍କୁ ଆଣିବା ପାଇଁ ଏହି ବସ୍ ପଠାଇଥିବା ସୂଚନା ମିଳିଛି।BGUକିଛିଦିନ ପୂର୍ବରୁ ଛତିଶଗଡ଼ ରାୟପୁର ପାଖରେ ମଧ୍ୟ ଏକ ଶ୍ରମିକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶ୍ରମିକମାନଙ୍କୁ ନେଇ ସୁରତ୍ ଯାଉଥିବା ଏହି ବସ୍‌ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Comment