ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଭୁବନେଶ୍ଵରର ଦୁଇଜଣ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୭୦ ଓ ୫୭ ବର୍ଷ ବୋଲି ସୂଚନା ମିଳିଛି। ସେହିପରି ପୁରୀର ଜଣେ ୧୭ ବର୍ଷୀୟ ବାଳିକା ଓ ଜଣେ ୬୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। କଟକର ଦୁଇଜଣ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ଯଥାକ୍ରମେ ୮୦ ଓ ୪୯ ବର୍ଷ ବୋଲି ଜଣାପଡ଼ିଛି।
ଏଥିସହ ଭଦ୍ରକ, କୋରାପୁଟ, ଗଞ୍ଜାମ, ନୟଗଡ଼ ଓ ରାୟଗଡ଼ର ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ବୟସ ଯଥାକ୍ରମେ ୫୧,୭୧,୭୫,୬୮ ଓ ୬୮ ବର୍ଷ ବୋଲି ସୂଚନା ମିଳିଛି।
ମୃତକମାନେ କରୋନାରେ ଆକ୍ରାନ୍ତ ହେବା ସହ ହାଇପର୍ଟେନ୍ସନ୍, ଡାଇବେଟିସ୍, କିଡ୍ନୀ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।














