ଓଡ଼ିଶାଲାଇଭ୍ ବ୍ୟୁରୋ
- ଦିନକରେ ୯୫,୭୩୫ ଆକ୍ରାନ୍ତ, ୧,୧୭୨ ମୃତ
- ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୬୫,୮୬୪କୁ ବୃଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୫,୦୬୨କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଆଜି ୯୫,୭୩୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୬୫,୮୬୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪,୭୧,୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ୯,୧୯,୦୧୮ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଆଜି ୧,୧୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୫,୦୬୨କୁ ବୃଦ୍ଧି ପାଇଛି।













