ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ପଞ୍ଚିରିଡ଼ାମାନପୁର ବନାଞ୍ଚଳ ଧୂଷୁମା ଗାଁ ପୋଖରୀରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି। ନୟାଗଡ଼ ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ କରି ଏହି କାଠ ଜବତ କରିଛି। ଜବତ ୨୦୦ ସିଏଫ୍‌ଟି ଚୋରା ଶାଳ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

ଗତ ସେପ୍ଟେମ୍ବର ୭ ତାରିଖରେ ଧୂଷୁମା ଗାଁର ଏକ ପୋଖରୀରେ ଚୋରା କାଠ ଗଣ୍ଡି ପଡ଼ିଥିବା ନେଇ ବନ ବିଭାଗ ସ୍କ୍ୱାର୍ଡକୁ ଖବର ମିଳିଥିଲା। ପରେ ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି  ରାତି ପ୍ରାୟ ୧୦ଟାରେ ଚୋରା କାଠ ଯାଞ୍ଚ ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ କିଛି ଲୋକ ବନ ବିଭାଗ କର୍ମଚାରୀଙ୍କୁ ବିରୋଧ କରିଥିଲେ।

ଘଟଣାସ୍ଥଳରେ ଡିଏଫ୍‌ଓ ଏଚ୍‌.ଡି. ଧନରାଜଙ୍କ ଉପସ୍ଥିତିରେ ପୋଲିସ୍ ଫୋର୍ସ ପୋଖରୀରୁ କାଠ ତଲାସି କରିଥିଲା। ଏହାପରେ ଅନ୍ୟ କର୍ମଚାରୀଙ୍କ ସହ ମିଶି ଡିଏଫ୍‌ଓ ଧନରାଜ ନିଜେ ପୋଖରୀରେ ବୁଡ଼ି ଚୋରା କାଠ ଜବତ କରିଥିଲେ।BGUଦୀର୍ଘ ୩ ଘଣ୍ଟା ଧରି ପୋଖରୀରୁ ଚୋରା କାଠ ଜବତ କାର୍ଯ୍ୟ ଚାଲିଥିଲା। ଏଥିରେ ୧୦ରୁ ଅଧିକ ଶାଳ କାଠଗଣ୍ଡି ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଥିବା ଡିଏଫ୍‌ଓ କହିଛନ୍ତି।

Comment