ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ
  • ୨୯୮ ଜଣ ଲୋକାଲ୍ କେସ୍ ଚିହ୍ନଟ
  • ରାଜଧାନୀରେ ଏବେବି ୪୯୪୬ ଆକ୍ରାନ୍ତ ସକ୍ରିୟ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୪୮୦ ନୂଆ କରୋନା ପଜିଟିଭ୍ କେସ୍। ସେଥିମଧ୍ୟରୁ ୧୮୨ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୯୮ କେସ୍ ଲୋକାଲ୍ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଭୁବନେଶ୍ୱରର ସହିଦନଗର, ରେଲୱେ କଲୋନୀ, ବିଡିଏ କଲୋନୀ,ୟୁନିଟ୍ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ୨୯୮ ଲୋକାଲ୍ କେସ୍ ବିଏମସିର ନିଦ ହଜେଇ ଦେଇଛି।

ଅନ୍ୟପଟେ ଆଜି ରାଜଧାନୀର ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦,୮୨୬କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୪୯୪୬ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି।

Comment