ଓଡ଼ିଶାଲାଇଭ୍ ବ୍ୟୁରୋCoronavirus blood test

  • ଦିନକରେ ସର୍ବାଧିକ ୯୭,୫୭୦ ଆକ୍ରାନ୍ତ, ୧,୨୦୧ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୬,୫୯,୯୮୫କୁ ବୃଦ୍ଧି
  • ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୭,୪୭୨କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବ୍ୟାପୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯୭,୫୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୬,୫୯,୯୮୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୬,୨୪,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୯,୫୮,୩୧୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।BGUସେହିପରି ଆଜି ଗୋଟିଏ ଦିନରେ ୧,୨୦୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୭,୪୭୨କୁ ବୃଦ୍ଧି ପାଇଛି।

Comment