ଓଡ଼ିଶାଲାଇଭ ବ୍ୟୁରୋkrupasindhu

ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ଜଣେ ୮୭ ବର୍ଷୀୟ ବୃଦ୍ଧ। ସେ ହେଲେ ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ସାହୁ।

କୃପାସିନ୍ଧଚ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଛାତିରେ ମଧ୍ୟ ସଂକ୍ରମଣ ଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଚିକିତ୍ସା ଓ ଯତ୍ନ ଫଳରେ ୭ ଦିନ ମଧ୍ୟରେ କରୋନାମୁକ୍ତ ହୋଇଥିଲେ କୃପାସିନ୍ଧୁ ସାହୁ।BGU

କରୋନାରୁ ମୁକ୍ତ ହେବା ପରେ ସାହୁଙ୍କର ସ୍ୱାସ୍ଥ୍ୟଜନିତ ଅନ୍ୟାନ୍ୟ କିଛି ସମସ୍ୟା ରହିଥିଲା। ତେଣୁ ତାଙ୍କ ଛାତିରେ ଥିବା ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆରୋଗ୍ୟ ହେବା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା।

ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ, ହୃଦରୋଗ ବିଭାଗ ଏବଂ ଆଇସିୟୁର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସଙ୍କର ଯତ୍ନ ଓ ଉତ୍ତମ ଚିକିତ୍ସା ଫଳରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଛନ୍ତି।

‘‘ଯେଉଁ ଯତ୍ନ ଏବଂ ନିଷ୍ଠାର ସହ ସମ୍ କୋଭିଡ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାରରେ ତାଙ୍କର ଚିକିତ୍ସା କରାଗଲା ତାହା ଅବର୍ଣ୍ଣନୀୟ। ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ  ଏଥିପାଇଁ ଧନ୍ୟବାଦ’’, ସୁସ୍ଥ ହେବା ପରେ କହିଛନ୍ତି କୃପାସିନ୍ଧୁ ସାହୁ।

ନେଇ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ଓ ନର୍ସମାନଙ୍କୁ କୃପାସିନ୍ଧୁଙ୍କ ପୁଅ ରାଜୀବ ସାହୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ରାଜୀବ ସାହୁ କହିଛନ୍ତି,‘‘ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ସମୀର ସାହୁ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତର ସତ୍ୟ ମହାପାତ୍ର ନିରବଚ୍ଛିନ୍ନ ବାପାଙ୍କର ସେବା କରିଥିଲେ ଯାହା ଦ୍ୱାରା କି ବାପା ସୁସ୍ଥତା ପାଇପାରିଲେ ।’’

Comment