ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୯୫ ପଜିଟିଭ୍ ଚିହ୍ନଟ
  • ରାଜଧାନୀରୁ ଆଜି ସୁସ୍ଥ ହୋଇଛନ୍ତି ୬୦୪ ଆକ୍ରାନ୍ତ
  • ଭୁବନେଶ୍ୱରରେ ଏବେ ବି ୪୭୩୫ ଆକ୍ରାନ୍ତ ସକ୍ରିୟ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୩୯୫ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୧୬ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୭୯ ଲୋକାଲ୍ କେସ୍ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଭୁବନେଶ୍ୱରରୁ ନୟାପଲ୍ଲୀ, ୟୁନିଟ୍ ୯,ସାଲିଆ ସାହି, ୟୁନିଟ୍ ୬ ଆଦି ଅଞ୍ଚଳରୁ ୧୦ରୁ ଅଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି। ବିଶେଷକରି ୨୭୯ ଲୋକାଲ୍ କେସ୍ ଚିହ୍ନଟ ହେବା ରାଜଧାନୀରେ ଗୋଷ୍ଠୀ ସଂକ୍ରମଣର ଆଭାସ୍ ସୃଷ୍ଟି କରିଛି।

ଅନ୍ୟପଟେ ଆଜି ଭୁବନେଶ୍ୱରର ଆଉ ୬୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ବଢ଼ୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏହା ବିଏମସି ପାଇଁ ନିହାତି ଆଶ୍ୱସ୍ଥି ଖବର ଆଣିଛି।

ଏହାକୁ ମିଶାଇ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୧,୪୩୦ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବାକି ୪୭୩୫ ଜଣ ସକ୍ରିୟ ଅଛନ୍ତି। ଏଯାବତ ରାଜଧାନୀରେ ୬୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି।

Comment