ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୯୨,୦୭୧ ଆକ୍ରାନ୍ତ, ୧,୧୩୬ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୮,୪୬,୪୨୮କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୯,୭୨୨କୁ ବୃଦ୍ଧି

ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୨ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ପଜଟିଭ୍ ସଂଖ୍ୟା ୪୮ ଲକ୍ଷ ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଆଜି ଗୋଟିଏ ଦିନରେ ୯୨,୦୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୮,୪୬,୪୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯,୮୬,୫୯୮ଟି ଆକ୍ଟିଭ୍ କେସ୍ ଥିବା ବେଳେ ୩୭,୮୦,୧୦୭ଜଣ ସୁସ୍ଥ ହୋଇଛନ୍ତି।BGUସେହିପରି ଆଜି ୧,୧୩୬ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୯,୭୨୨କୁ ବୃଦ୍ଧି ପାଇଛି।

Comment