ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୩୦ ଦିନ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ କରୋନା ସଂକ୍ରମିତ।

ଅଗଷ୍ଟ ପରେ ଏବେ ସେପ୍ଟେମ୍ବରରେ ମାଡ଼ିଚାଲିଛି କରୋନା ସଂକ୍ରମଣ। ଲକଡାଉନ୍ ଖୋଲିଯିବା ପରେ ଏବେ ଲଗାମଛଡ଼ା ହୋଇ ମାଡିଚାଲିଛି କରୋନା ମହାମାରୀ। ଯାହା ଫଳରେ ଗତ ୩୦ ଦିନ ଭିତରେ ରାଜ୍ୟରୁ ଲକ୍ଷେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ପରିସ୍ଥିତି ଏପରି ହେଲାଣି ଯେ, ସେପ୍ଟେମ୍ବର ଶେଷକୁ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଲେଣି।

ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଛୁଇଁବାକୁ ପ୍ରାୟ ୧୫୦ ଦିନ ଲାଗିଯାଇଥିଲା। ହେଲେ ଏହି ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବାକୁ ଆଉ ମାତ୍ର ୩୦ ଦିନ ସମୟ ଲାଗିଛି।

୩୦ ଦିନରେ ଲକ୍ଷେ କରୋନା ସଂକ୍ରମିତ

 

ଅଗଷ୍ଟ ମାସ ୧୫ ତାରିଖ ବେଳକୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୭,୧୨୬ ରହିଥିଲା। ହେଲେ ସେପ୍ଟେମ୍ବର ୧୫ ବେଳକୁ ଏହି ସଂଖ୍ୟା ଆସି ୧ ଲକ୍ଷ ୫୮ ହଜାର ୬୫୦ରେ ପହଞ୍ଚିଛି। ମାତ୍ର ୩୦ ଦିନ ଭିତରେ ରାଜ୍ୟରୁ ୧ ଲକ୍ଷ ୧ ହଜାର ୫୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଖୁବ୍ କମ୍ ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା ଏତେ ବଢ଼ିଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଅକ୍ଟୋବର ପହିଲା ସୁଦ୍ଧା ୨ ଟପିଯିବ ସଂକ୍ରମଣ

ରାଜ୍ୟରେ କରୋନା ସଂକ୍ରମଣର ଗତିକୁ ଦେଖି ସେପ୍ଟେମ୍ବର ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି। ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟରୁ ପାଖାପାଖି ୧ ଲକ୍ଷ ୬୦ ହଜାର ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ତେଣୁ ଆଉ ୧୫ ଦିନ ଭିତରେ ଏହି ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି କୁହାଯାଉଛି।BGUଓଡ଼ିଶାରେ ସୁସ୍ଥ ହାର ବଢୁଛି

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି। ତେଣୁ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ସୁଦ୍ଧା ୪୦ ହଜାର ତଳକୁ ରହିଛି। ରାଜ୍ୟରୁ ଏବେ ସୁଦ୍ଧା ପାଖାପାଖି ୧  ଲକ୍ଷ ୬୦ ହଜାର ଲୋକ ସଂକ୍ରମିତ ହୋଇଥଲାବେଳେ ସେ ଭିତରୁ ୧ ଲକ୍ଷ ୨୦ ହଜାର ସୁସ୍ଥ ହୋଇସାରିଲେଣି।

Comment