ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ
  • ସଂକ୍ରମଣ ମଧ୍ୟରୁ ୨୪୪ ସ୍ଥାନୀୟ ଆକ୍ରାନ୍ତ
  • ରାଜଧାନୀରେ ଏବେ ବି ୪୫୬୮ ଆକ୍ରାନ୍ତ ସକ୍ରିୟ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୪୨ ନୂଆ କରୋନା ପଜିଟିଭ୍। ସେ ଭିତରୁ ୯୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୪୪ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଆଜି ଭୁବନେଶ୍ୱରର ବିଜେବି ନଗର,ପଟିଆ, ୟୁନିଟ୍ ୬, ବରମୁଣ୍ଡା ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବା ବିଏମସି ପାଇଁ ମୁଣ୍ଡବିନ୍ଧା ସାଜିଛି।BGUଅନ୍ୟପଟେ ଆଜି ରାଜଧାନୀରୁ ୩୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨,୨୮୮କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୪୫୬୮ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।

Comment