ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ବିଷୟରେ ଜାଣିଲେ ସହଜରେ ବିଶ୍ୱାସ କରିହୁଏନି। କିନ୍ତୁ ଏହାର ସତ୍ୟାସତ୍ୟକୁ ବି ଏଡ଼ାଇ ଦିଆଯାଇନପାରେ। ସେମତିକି ଏକ ରହସ୍ୟମୟ ସ୍ଥାନ ହେଉଛି ଜାପାନର ଓକିନୋଶିମା ଦ୍ୱୀପ, ଯାହା ସହ ଏକାଧିକ ରୋଚକ ତଥ୍ୟ ଯୋଡ଼ି ହୋଇରହିଛି।

BGU

ଏହି ଦ୍ୱୀପର ବିଷେଷତ୍ୱ ହେଲା ଏଠାରେ ଅନେକ ପ୍ରକାର ଅଜବ ନିୟମ ଦେଖିବାକୁ ମିଳିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୭୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଦ୍ୱୀପରେ ମହିଳାମାନଙ୍କୁ ଯିବାକୁ ବାରଣ କରାଯାଇଛି। ଏପରିକି ଏହି ଦ୍ୱୀପକୁ ପୁରୁଷମାନଙ୍କୁ ଯିବାକୁ ହେଲେ ପ୍ରଥମେ ନିବସ୍ତ୍ର ହୋଇ ଗାଧୋଇବାକୁ ପଡ଼ିଥାଏ ବୋଲି ଜଣାପଡ଼ିଛି।

ଜାପାନର ଏହି ଦ୍ୱୀପ ଧାର୍ମିକ ଦୃଷ୍ଟିରୁ ମଧ୍ୟ ଅନେକ ଗୁରୁତ୍ୱ ବହନ କରିଛି। ଏଠାକୁ ପ୍ରତିବର୍ଷ ଲୋକମାନେ ବୁଲିବାକୁ ଆସିଥାନ୍ତି। ତେବେ ଏଠାକୁ କେବଳ ୨୦୦ ପୁରୁଷଙ୍କୁ ଯିବାକୁ ଅନୁମତି ରହିଛି। ଏଥିସହ ଏହି ପୁରୁଷମାନେ ଏହି ଦ୍ୱୀପକୁ କିଛି ବି ଜିନିଷ ଆଣିପାରିବେନି। ଏଭଳି କିଛି ଅଜବ ନିୟମ ଏଠାରେ ଦେଖିବାକୁ ମିଳିଥାଏ। ଏପରିକି ଏହି ଦ୍ୱୀପ ବୁଲି ସେମାନେ କଣ ଦେଖିଲେ ସେନେଇ ମଧ୍ୟ ସେମାନେ କାହାକୁ କହିବେ ନାହିଁ ବୋଲି କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here