ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଦିନକୁ ଦିନ ସାଂଘାତିକ ହେଉଛି। ଦିନକୁ ପ୍ରାୟ ୪ ହଜାର କେସ୍‌ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମ ଆଣିଛନ୍ତି। ନୂଆ ନିୟମ ଅନୁସାରେ ଏଣିକି ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ନିଜର ୫୦ ପ୍ରତିଶତ ଶଯ୍ୟା ଓ ୮୦ ପ୍ରତିଶତ ଆଇସିୟୁକୁ କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବେ।

ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମ୍ୟୁନିସିପାଲିଟିରେ ଏହି ନିୟମ ଲାଗୁ‌ ହେବ। ଆବଶ୍ୟକ ପଡ଼ିଲେ ସଂପୂର୍ଣ୍ଣ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇପାରେ। ତେବେ ଘରୋଇ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଦର ଲାଗୁ ହେବ।BGU

ପୂର୍ବରୁ ଘରୋଇ ହସ୍ପିଟାଲରେ ମାତ୍ର ୧୦ ପ୍ରତିଶତ ଶଯ୍ୟା କୋଭିଡ୍‌ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ରାଜ୍ୟ ସରକାର କହିଥିଲେ।

ଘରୋଇ ହସ୍ପିଟାଲରେ ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦-୪୭୫୦, ଆଇସିୟୁ ୧୦-୧୭ହଜାର ଓ ଆଇସିୟୁ ସହିତ ଭେଣ୍ଟିଲେଟର ୧୨-୧୮ହଜାର ଟଙ୍କା ଧାର୍ଯ୍ୟ ହୋଇଛି।  ଦର ୩୦ରୁ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲ୍ ପାଇଁ ଲାଗୁ ହେଉଛି।

Comment