ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୫୧ କେସ୍‌ ରହିଥିଲା ବେଳେ ୧୪୯୪ ଲୋକାଲ କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୩୫୭, (ଷ୍ଟେ ପୁଲ୍‌ ୩୪୪), ପୁରୀରୁ ୨୪୬, ବରଗଡ଼ରୁ ୧୫୭, ବାଲେଶ୍ୱରରୁ ୧୫୬, ଭଦ୍ରକରୁ ୧୪୩, ମୟୂରଭଞ୍ଜରୁ ୧୩୭, ସମ୍ବଲପୁରରୁ ୧୨୭, ଯାଜପୁରରୁ ୧୧୬, ସୁବର୍ଣ୍ଣପୁରରୁ ୯୯, କନ୍ଧମାଳ, ଜଗତସିଂହପୁର ଓ କୋରାପୁଟରୁ ୯୫ ଲେଖାଏଁ, ଛାରସୁଗଡ଼ାରୁ ୯୧, ନବରଙ୍ଗପୁର, ଓ ନୂଆପଡ଼ାରୁ ୯୦ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୭୯, ରାୟଗଡ଼ାରୁ ୭୯, କେନ୍ଦ୍ରପଡ଼ାରୁ ୭୫, ଢେଙ୍କାନାଳୁ ୬୮, କେନ୍ଦୁଝରରୁ ୫୬, ଗଞ୍ଜାମରୁ ୪୬, ଅନୁଗୁଳ, ଓ ବଲାଙ୍ଗିରରୁ ୩୯ ଲେଖାଏଁ, ନୟାଗଡ଼ରୁ ୩୮, ମାଲକାନଗିରିରୁ ୩୩, ବୌଦ୍ଧରୁ ୩୦, ଦେବଗଡ଼ରୁ ୧୫, ଗଜପତିରୁ ୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ଘଟିଛି। ଏଯାଏଁ ୧,୨୨,୦୨୪ ଲୋକ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୩୫ ହଜାର ୯୨୮ ଆକ୍ଟିଭ କେସ ରହିଛି।

Comment