ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ ୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୬ ଜଣ ଚିହ୍ନଟ ହୋଇଥିଲା ବେଳେ ୨୮୬ ଲୋକାଲ କେସ ରହିଛି। ଏନେଇ ବିଏମସ୍‌ ଟୁଇଟ କରି ସୂଚନା ଦେଇଛି।

 ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲର ୧୮ ଜଣ କର୍ମଚାରୀ ଥିଲା ବେଳେ ୧୦ ଜଣ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ସେହିପରି ନୟାପଲ୍ଲୀରୁ ୧୩, ପଟିଆରୁ ୮, ବରମୁଣ୍ଡାରୁ ୮, ଭିଏସଏସ ନଗରରୁ ୭, ଚନ୍ଦ୍ରଶେଖରପୁରରୁ ୫ ସାଲିଆସାହିରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ୱରର ୪୦୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରର ମୋଟ ୧୭୯୫ କେସ୍‌ରୁ ୧୨୬୯୪ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି। ଏଯାଏଁ ୬୪ ଜଣଙ୍କ ମୃତ୍ୟ ହୋଇଥିଲା ବେଳେ ୪୫୨୪ ଆକ୍ଟିଭ କେସ ରହିଛି।

Comment