ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୧୭୩୯ ଲୋକାଲା କେସ୍‌ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୩୮୯, (ଷ୍ଟେଟପୁଲ, ୩୩୦), ପୁରୀରୁ ୨୯୧, ସୁନ୍ଦରଗଡ଼ରୁ ୧୯୪, ଯାଜପୁରରୁ ୧୫୦, ବରଗଡ଼ରୁ ୧୪୯, ମୟୂରଭଞ୍ଜରୁ ୧୪୭, ସୁବର୍ଣ୍ଣପୁରରୁ ୧୨୯, ଜଗତସିଂହପୁରରୁ ୧୨୬, କନ୍ଧମାଳରୁ ୧୧୬, କଳାହାଣ୍ଡିରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୧୧୧, ନବରଙ୍ଗପୁରରୁ ୧୦୭, କେନ୍ଦ୍ରପଡ଼ାରୁ ୧୦୩, ନୂଆପଡ଼ାରୁ ୯୯, କୋରାପୁଟରୁ ୯୮, ବୌଦ୍ଧ ଓ ନୟାଗଡ଼ରୁ ୯୪ ଜଣ ଲେଖାଏଁ, ସମ୍ବଲପୁରରୁ ୯୧, ଢେଙ୍କାନାଳରୁ ୮୬, ଅନୁଗୁଳରୁ ୮୪, କେନ୍ଦୁଝରରୁ ୭୭, ଗଞ୍ଜାମରୁ ୭୫, ଭଦ୍ରକରୁ ୭୨, ରାୟଗଡ଼ାରୁ ୬୬, ବଲାଙ୍ଗିରରୁ ୪୪, ମାଲକାନଗିରିରୁ ୨୮, ଗଜପତିରୁ ୨୩, ଦେବଗଡ଼ରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ଘଟିଛି। ସେହିପରି ଏଯାବତ୍ ୧, ୨୯, ୮୫୯ ଜଣ ସୁସ୍ଥ ହୋଇଥିଲା ବେଳେ ୩୬, ୫୮୦ ଆକ୍ଟିଭ କେସ ରହିଛି।

Comment