ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଆରମ୍ଭ ହେବାକୁ ମଝିରେ ମାତ୍ର ଆଉ ଗୋଟିଏ ଦିନ। ସେପ୍ଟେମ୍ବର ୧୯ରୁ ମୁମ୍ବାଇ- ଚେନ୍ନାଇ ମ୍ୟାଚ୍ ସହ ଆଇପିଏଲର ବିଗୁଲ ବାଜିଯିବ। ଏହାପୂର୍ବରୁ ସବୁ ଟିମ୍ ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ।

ପୂର୍ବଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ପୁଣିଥରେ ରୋହିତ – ଡି’ କକ୍ ଓପନିଂ ଯୋଡ଼ି ସହ ମଇଦାନକୁ ଓହ୍ଲାଇବ। ଏନେଇ ଦଳର ମୁଖ୍ୟ ମାହେଲା ଜୟବର୍ଧନେ ସୂଚନା ଦେଇଛନ୍ତି।ଅଷ୍ଟ୍ରେଲୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ଦଳରେ ରହିଥିଲେ ମଧ୍ୟ ମ୍ୟାନେଜମେଣ୍ଟ୍ ଓପନିଂ ଯୋଡ଼ିକୁ ବଦଳାଇବାକୁ ଚାହୁଁନି। ତେଣୁ ପୂର୍ବଭଳି ଏଥର ମଧ୍ୟ ରୋହିତ ଓ କ୍ୱିଣ୍ଟନ ଡି’ କକ୍ ମୁମ୍ବାଇ ପାଇଁ ପାଳି ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ତେଣୁ ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ଦଳ ରୋହିତ ଓ ଡି’ କକ୍ ଓପନିଂ ଯୋଡି ସହ ପଡ଼ିଆକୁ ଓହ୍ଲାଇବା ତାହା ପକ୍କା ହୋଇଯାଇଛି।

ଅନ୍ୟପଟେ ଦଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପର ଅର୍ଡରରେ ବ୍ୟାଟିଂ କରିବାକୁ ଦେଇ ତାଙ୍କଠାରୁ ବଡ଼ ଇଂନିସ୍ ଆଶା ରଖିଛି। ଯଦି ପାଣ୍ଡ୍ୟା ଅଧିକ ବଲ୍ ଖେଳନ୍ତି ତେବେ ସେ ଅଧିକ ସ୍କୋର କରିପାରିବେ। ଯାହା ଦଳ ପାଇଁ ଲାଭବାନ ହେବ ବୋଲି ମ୍ୟାନେଜମେଣ୍ଟ୍ କହିଛି।

Comment