ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍ ଚିହ୍ନଟ
  • ୨୪୬୬ ଜଣ କ୍ୱାରେଣ୍ଟାଇନରୁ,୧୭୧୪ ସ୍ଥାନୀୟ ସଂକ୍ରମିତ
  • ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୪୧୮୦ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୭୧୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳିଛି।

ପ୍ରତିଥର ଭଳି ଏଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ କଟକରୁ ୪୯୨,ଅନୁଗୁଳରୁ ୧୫୫, ଜଗତିସଂହପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ମୟୂରଭଞ୍ଜରୁ ୧୬୩ ଓ ରାୟଗଡ଼ାରୁ ୧୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏଯାବତ ୧,୩୩,୪୬୬ ସୁସ୍ଥ ହୋଇଥିବାବେଳେ ଏବେ ବି ୩୭,୧୪୦ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment