ଓଡ଼ିଶାଲାଇଭ୍‌ ବ୍ୟୁରୋcorona death

ରାଜ୍ୟରେ ଆଖି ବୁଜିଲେ ଆଉ ୧୦ କରୋନା ଆକ୍ରାନ୍ତ। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୦୧କୁ ବୃଦ୍ଧି ଘଟିଛି।

କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୨ ଜଣ ଲେଖାଏଁଙ୍କର ଜୀବନ ଯାଇଥିଲା ବେଳେ ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାର ଜଣେ ଲେଖାଏଁଙ୍କର ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

କଟକର ୨ ମୃତକଙ୍କ ମଧ୍ୟରେ ୬୯ ଓ ୮୪ ବର୍ଷୀୟ ପୁରୁଷ ଥିଲା ବେଳେ ପୁରୀ ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା ଓ ଜଣେ ୫୪ ବର୍ଷୀୟ ପୁରୁଷ ଅଛନ୍ତି।

ସେହିପରି ବଲାଙ୍ଗିରର ୪୦, ଗଞ୍ଜାମର ୬୮, କଳାହାଣ୍ଡିର ୫୫, ଖୋର୍ଦ୍ଧାର ୯୨ , ସମ୍ବଲପୁରର ୫୩, ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିଲା ବେଳେ ମୟୂରଭଞ୍ଜର ଜଣେ ୮୦ ବର୍ଷୀୟା ମହିଳା କରୋନାରେ ଆଖି ବୁଜିଛନ୍ତି।

Comment