ଓଡ଼ିଶାଲାଇଭ୍‌ ବ୍ୟୁରୋhome isolation-2

ଅନ୍ୟ କୌଣସି ରୋଗ ନଥିଲେ କୋଭିଡ ଆକ୍ରାନ୍ତଙ୍କ ପାଇଁ ହୋମ୍‌ ଆଇସୋଲେସନ ଭଲ। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏକଥା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅବସ୍ଥା ଦେଖି ଛୋଟ ପିଲାଙ୍କୁ ମଧ୍ୟ ହୋମ୍‌ ଆଇସୋଲେସନରେ ରଖାଯାଇପାରିବ। କିନ୍ତୁ ଏଥିପାଇଁ କେୟାରଟେକରଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ।

ଉତ୍ତମ ଖାଦ୍ୟ, ସୁନିଦ୍ରା ଓ ଶାରୀରିକ ବ୍ୟାୟାମ କରୋନାରୁ ସୁସ୍ଥ କରିପାରିବ ବୋଲି ସେ କହିଛନ୍ତି।

ଯେଉଁମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନେ କିନ୍ତୁ ସତର୍କ ରହିବା ଜରୁରୀ। ସେମାନେ ସତର୍କ ନହେଲେ ପରିବାରର ଅନ୍ୟମାନେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Comment