ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ସବୁବେଳେ ନିଜ ଗ୍ରାହକମାନଙ୍କ ପାଇଁ ଅନେକ ଅଫର୍ ଆଣିଥାଏ। ଯେଉଁଥିରେ ଗ୍ରାହକମାନେ ଲାଭଜନକ ଇଣ୍ଟରନେଟ୍ ପ୍ୟାକ୍ ପାଇବା ସହ ଅନଲିମିଟେଡ୍ କଥା ହୋଇପାରିଥାନ୍ତି।

ତେବେ ଆଜି ଆମେ ଏଭଳି କିଛି ପ୍ୟାକ୍ ବିଷୟରେ କହିବୁ ଯେଉଁଥିରେ ଗ୍ରାହକମାନଙ୍କୁ ୩ ଜିବି ଡାଟା ସାଙ୍ଗକୁ କଲିଂ ସୁବିଧା ମଧ୍ୟ ଉପଲବ୍ଧ ଅଛି।

୪୦୧ ଟଙ୍କା ପ୍ଲାନ୍

ଜିଓର ଏହି ୪୦୧ ଟଙ୍କାର ପ୍ୟାକରେ ଗ୍ରାହକମାନଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ। ଏହି ପ୍ୟାକରେ ପ୍ରତିଦିନ ୩ ଜିବି ଇଣ୍ଟରନେଟ୍ ମିଳିବା ସହିତ ୬ ଜିବିର ଅତିରିକ୍ତ ଡାଟା ମଧ୍ୟ ମିଳିବ। ଏହିଭଳି ଭାବେ ୨୮ ଦିନରେ ଗ୍ରାହକମାନେ ମୋଟ ୯୦ ଜିବି ଡାଟା ପାଇପାରିବେ। ତା’ସହିତ ଗ୍ରାହକଙ୍କୁ ଏହି ପ୍ୟାକରେ ୧ ହଜାର ମିନିଟର କଲିଂ ସୁବିଧା ଓ ଏକ ବର୍ଷ ପାଇଁ ଡିଜନୀ ହଟଷ୍ଟାର ଭିଆଇପି ପ୍ୟାକ୍ ମିଳିବ।jio୯୯୯ ଟଙ୍କା ପ୍ଲାନ୍

ଜିଓର ଏହି ୯୯୯ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ୮୪ ଦିନ ପାଇଁ ମୋଟ ୨୫୨ ଜିବି ଡାଟା ମିଳିଥାଏ। ଅର୍ଥାତ ଗ୍ରାହକମାନେ ପ୍ରତିଦିନ ୩ ଜିବି ଡାଟା ବ୍ୟବହାର କରିପାରିବେ। ତା ସହିତ ୩ ହଜାର ମିନିଟର କଲିଂ ସୁବିଧା ଓ ପ୍ରତିଦିନ ଶହେ ଏସ୍ଏମ୍ଏସ ସୁବିଧା ମଧ୍ୟ ମିଳିବ।

୩୪୯ ଟଙ୍କା ପ୍ଲାନ୍     

ଜିଓର ୩୪୯ ଟଙ୍କିଆ ଡାଟା ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ମିଳିବ। ଅର୍ଥାତ୍ ଏହି ପ୍ଲାନ୍‌ରେ ଗ୍ରାହକ ୩୪୯ ଟଙ୍କା ରିଚାର୍ଜ କରି ମୋଟ ୮୪ ଜିବି ଡାଟା ପାଇପାରିବେ। ପ୍ଲାନ୍‌ଟି ୨୮ ଦିନ ପାଇଁ ଉପଲବ୍ଧ ହେବ। ଏଥିସହ ଏହି ପ୍ଲାନ୍‌ରେ ଦୈନିକ ୧୦୦ଟି ଏସ୍‌ଏମ୍‌ଏସ୍‌ ଓ ୧ ହଜାର ମିନିଟର କଲିଂ ସୁବିଧା ମିଳିବ।

Comment