ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାରତରେ ବଢ଼ିପାରେ ଔଷଧର ମୂଲ୍ୟ
  • ଔଷଧର କଞ୍ଚାମାଲ ମୂଲ୍ୟରେ ୧୦-୨୦ ପ୍ରତିଶତ ବୃଦ୍ଧି କରିଛି ଚୀନ
  • କଞ୍ଚାମାଲ ପାଇଁ ଚୀନ ଉପରେ ୯୦ ପ୍ରତିଶତ ନିର୍ଭର କରେ ଭାରତ

ଆଗକୁ ଦେଶରେ ବଢ଼ିପାରେ ଔଷଧର ମୂଲ୍ୟ। କାରଣ ଔଷଧ ତିଆରି ପାଇଁ ବ୍ୟବହୃତ ପ୍ରମୁଖ କଞ୍ଚାମାଲର ଦାମ ବଢ଼ାଇଛି ଚୀନ୍। ଯାହାର ସିଧାସଳଖ ପ୍ରଭାବ ଭାରତୀୟ ଔଷଧ ବଜାର ଉପରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ଭାରତ ବୃହତ ମାତ୍ରାରେ ଔଷଧ ଉତ୍ପାଦ କରିଥାଏ। କିନ୍ତୁ ଏଥିପାଇଁ ଜରୁରୀ ଉତ୍ପାଦ ଏପିଆଇ(ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଇନଗ୍ରିଡିଏଣ୍ଟସ୍) ଏବଂ କେଏସ୍‌ଏମ୍(କି’ ଷ୍ଟାର୍ଟିଂ ମାଟେରିଆଲ)ର ଆମଦାନି ଚୀନରୁ ହୋଇଥାଏ। କିନ୍ତୁ ଚୀନ ବର୍ତ୍ତମାନ ଏହି ସବୁ କଞ୍ଚାମାଲର ମୂଲ୍ୟରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି କରିଛି। ଯାହାଫଳରେ ଏହାର ପ୍ରଭାବ ଭାରତ ଔଷଧ ବଜାର ଉପରେ ପଡ଼ିବ। ଏଥିପାଇଁ ଭାରତରେ ମଧ୍ୟ ଔଷଧର ବିକ୍ରୟ ମୂଲ୍ୟରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଉଦ୍ୟୋଗୀମାନେ ଅନୁମାନ କରିଛନ୍ତି।ଭାରତରେ ଜୀବନ ରକ୍ଷାକାରୀ ଏହି ଆଣ୍ଟିବାୟୋଟିକ୍ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଆମଦାନି ମଧ୍ୟରୁ ୯୦ ପ୍ରତିଶତ ଚୀନରୁ ଆସିଥାଏ। ତେବେ ଏଭଳି ସ୍ଥିତିରେ ଚୀନର ଏହି ଦର ବୃଦ୍ଧି ରଣନୀତି ଭାରତକୁ ବହୁ ମାତ୍ରାରେ ବାଧିବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ଭାରତ-ଚୀନ ସୀମା ବିବାଦ ପରେ ଭାରତକୁ ଆତ୍ମନିର୍ଭର କରିବା ଅଭିଯାନରେ ବାଧକ ସାଜୁଛି ଚୀନ। ଯାହାର ପ୍ରଭାବ ଆଉ ଦୁଇରୁ ତିନି ମାସ ଭିତରେ ଦେଖାଯିବ। ସୀମା ବିବାଦ ପରେ ଚୀନକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିବା ପାଇଁ ଭାରତ ପକ୍ଷରୁ ଚୀନର ସମସ୍ତ ଆପ୍‌କୁ ଦେଶବ୍ୟାପୀ ବ୍ୟାନ କରାଯାଇଥିଲା। ଏବେ ଚୀନ ମଧ୍ୟ ଭାରତ ଉପରେ ସେହି ରଣନୀତି ଆପଣାଇବାରେ ଲାଗିଛି।

 

Comment