ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧ ଟଙ୍କା ପୈଠ କରି କିଣନ୍ତୁ ବାଇକ୍ କିମ୍ବା ସ୍କୁଟି। ପାର୍ବଣ ଋତୁରେ ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଫେଡେରାଲ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କ ପାଇଁ ଏମିତି ଏକ ସ୍କିମ୍ ଆରମ୍ଭ କରାଯାଇଛି। ଏହି ସ୍କିମ୍ରେ ଗ୍ରାହକମାନେ କେବଳ ୧ ଟଙ୍କା ପୈଠ କରି ଦୁଇଚକିଆ ଗାଡ଼ି କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ..
ଫେଡେରାଲ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଡେବିଟ୍ କାର୍ଡ ଇଏମ୍ଆଇ(EMI)ରେ ଦୁଇଚକିଆ ଗାଡ଼ି କିଣିବାକୁ ସୁବିଧା ପ୍ରଦାନ କରୁଛି। ଅର୍ଥାତ୍ ଫେଡେରାଲ ବ୍ୟାଙ୍କ କାର୍ଡ ରଖିଥିବା ଗ୍ରାହକମାନେ ହିଁ ଏହି ସ୍କିମ୍ର ଲାଭ ଉଠାଇପାରିବେ।
ଏହି ସ୍କିମ୍ ଅନୁସାରେ, ଗ୍ରାହକମାନେ ସାରା ଦେଶରେ ଥିବା ହିରୋ ମୋଟୋକର୍ପ, ହୋଣ୍ଡା ମୋଟରସାଇକେଲ ଓ ଟିଭିଏସ୍(TVS) ମୋଟରର ୯୪୭ଟି ସୋ’ ରୁମ୍ରୁ ମାତ୍ର ୧ ଟଙ୍କା ଦେଇ ଦୁଇଚକିଆ ଗାଡ଼ି କିଣିପାରିବେ। ଏହାପରେ ସେମାନେ କିସ୍ତି ଅନୁସାରେ ଟଙ୍କା ସୁଝିପାରିବେ।
ବ୍ୟାଙ୍କର ସୂଚନା ଅନୁସାରେ, ଏହି ସ୍କିମ୍ରେ ଗାଡ଼ି କିଣିବା ପାଇଁ କୌଣସି ପେପର ଓ୍ଵାର୍କ କିମ୍ବା ବ୍ୟାଙ୍କ ଯିବା ଦରକାର ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରାଯିବ ଏବଂ ଏଥିପାଇଁ ପ୍ରୋସେସିଙ୍ଗ୍ ଚାର୍ଜ ମଧ୍ୟ ଦେବାକୁ ପଡ଼ିବନି। ଡେବିଟ୍ କାର୍ଡ EMIରୁ କିସ୍ତି ସୁଝିବା ପାଇଁ ଗ୍ରାହକଙ୍କୁ ୩, ୬, ୯ କିମ୍ବା ୧୨ ମାସର ଅବଧି ଚୟନ କରିବାକୁ ହେବ।
ଫେଡେରାଲ ବ୍ୟାଙ୍କର ଗ୍ରାହକ ଏହି ସୁବିଧାର ଯୋଗ୍ୟ କି ନୁହେଁ ସେ ବିଷୟରେ ମଧ୍ୟ ଜାଣିପାରିବେ। ଏହି ସୂଚନା ପାଇଁ ଗ୍ରାହକଙ୍କୁ “DC –SPACE- EMI” ଲେଖି ୫୬୭୬୭୬୨ ନମ୍ବରକୁ SMS କରିବାକୁ ହେବ। ଗ୍ରାହକ ଚାହିଁଲେ ୭୮୧୨୯୦୦୯୦୦ ନମ୍ବରକୁ ମିସ୍ କଲ୍ ମଧ୍ୟ କରିପାରିବେ।
ଗ୍ରାହକମାନଙ୍କୁ ହୋଣ୍ଡା ମୋଟରସାଇକେଲର ସ୍କୁଟର ବା ବାଇକ୍ କିଣିବା ଉପରେ ଫେଷ୍ଟିଭ୍(ପାର୍ବଣ) ଅଫର୍ ଆଧାରରେ ୫ ପ୍ରତିଶତ କ୍ୟାସ୍ବ୍ୟାକ୍ ମଧ୍ୟ ମିଳିବ। ଏଥିପାଇଁ ସର୍ବନିମ୍ନ କ୍ରୟ ମୂଲ୍ୟ ୩୦,୦୦୦ ଟଙ୍କା ହୋଇଥିବା ଦରକାର। ଗୋଟିଏ ଡେବିଟ୍ କାର୍ଡରେ ସର୍ବାଧିକ ୫,୦୦୦ ଟଙ୍କା କ୍ୟାସ୍ବ୍ୟାକ୍ ମିଳିବ।


















