ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କମ୍ପାନି ମାଇକ୍ରୋମାକ୍ସ ନିଜ ନୂଆ ସ୍ମାର୍ଟଫୋନ୍ Micromax In Note 1ର ବିକ୍ରି ଆରମ୍ଭ କରିଛି। ଏହି ଫୋନ୍‌ରେ ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ମିଳିବା ସହ ଦମ୍‌ଦାର୍ କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଇ-କମର୍ସ ଓ୍ଵେବସାଇଟ୍ ଫ୍ଲିପ୍‌କାର୍ଟରେ ଗ୍ରାହକମାନେ ଏହାକୁ କିଣିପାରିବେ। ଏହି ଫୋନ୍ କ୍ରୟ ଉପରେ ରିହାତି ମଧ୍ୟ ମିଳୁଛି।

ଫିଚର

Micromax In Note 1ରେ ୬.୬୭ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏହି ଫୋନ୍‌ରେ ଆଣ୍ଡ୍ରଏଡ୍ ୧୦ ଆଧାରିତ ମିଡିଆଟେକ୍ ହେଲିଓ ଜି୮୫ ପ୍ରୋସେସର ମିଳୁଛି। ଧଳା ଓ ସବୁଜ ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେଉଛି।ଷ୍ଟୋରେଜ୍ ଓ ଦାମ୍

ଏହି ଫୋନ୍‌ର ଦୁଇଟି ମଡେଲ ମିଳୁଛି। ପ୍ରଥମଟିରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ମିଳୁଛି। ଏହାର ଦାମ୍ ରହିଛି ୧୦,୯୯୯ ଟଙ୍କା। ସେହିପରି ଦ୍ଵିତୀୟ ମଡେଲରେ ୪ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଏହା ୧୨,୪୯୯ ଟଙ୍କାରେ ବିକ୍ରି ହେଉଛି।

କ୍ୟାମେରା

Micromax In Note 1 ସ୍ମାର୍ଟଫୋନ୍‌ରେ ୪ଟି ରିୟର କ୍ୟାମେରା ରହିଛି। ପ୍ରାଇମେରି କ୍ୟାମେରାଟି ୪୮ ମେଗାପିକ୍ସେଲର ହୋଇଥିବା ବେଳେ ଦ୍ଵିତୀୟ କ୍ୟାମେରାରେ ୫ ମେଗାପିକ୍ସେଲର ଓ୍ଵାଇଡ୍ ଆଙ୍ଗେଲ କ୍ୟାମେରା ଲାଗିଛି। ଏଥିସହ ୨ ମେଗାପିକ୍ସେଲର ଡେପ୍‌ଥ କ୍ୟାମେରା ଓ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ମିଳୁଛି। ସେହିପରି ସେଲ୍ଫି ପାଇଁ ଏହି ଫୋନ୍‌ରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।ବ୍ୟାଟେରି ଓ କନେକ୍ଟିଭିଟି

ମାଇକ୍ରୋମାକ୍ସର ଏହି ଫୋନ୍‌ରେ ୫,୦୦୦mAhର ବ୍ୟାଟେରି ମିଳୁଛି। ଏଥିସହ ୧୮ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ରିୟର ଫିଙ୍ଗରପ୍ରିଣ୍ଟ ସ୍କାନର ଓ ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍ ଦିଆଯାଇଛି।

ରିହାତି

Micromax In Note 1 କ୍ରୟ ଉପରେ କମ୍ପାନି ରିହାତି ପ୍ରଦାନ କରୁଛି। ତେବେ କେବଳ ଆମେରିକାନ୍ ଏକ୍ସପ୍ରେସ୍ ଓ ଆକ୍ସିସ୍ ବ୍ୟାଙ୍କ୍ କାର୍ଡ ଜରିଆରେ ଏହି ଫୋନ୍ କିଣିଲେ ରିହାତି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment