ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ସିଏସକେକୁ ଲାଗିଛି ଝଟକା। ଆହତ ଜନିତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାଇଡୁ।

ଅମ୍ବାତି ରାଇଡୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ବିପକ୍ଷରେ ଆହତ ହୋଇଥିଲେ। ସେହି କାରଣରୁ ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରୁ ବାଦ୍ ପଡ଼ିଥିଲେ। ଆସନ୍ତାକାଲି ଚେନ୍ନାଇ ଦଳର ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ରହିଛି। ଏହି ମ୍ୟାଚରେ ମଧ୍ୟ ଅମ୍ବାତି ରାଇଡୁ ଖେଳିବେ ନାହିଁ ବୋଲି ଦଳର ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ମିଳିଛି।ଦିଲ୍ଲୀ କ୍ୟାପିଟାଲ୍ ସହ ମ୍ୟାଚ୍ ପରେ ଚେନ୍ନାଇ ଆସନ୍ତା ଅକ୍ଟୋବର ୨ ତାରିଖରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସେହି ମ୍ୟାଚ୍ ବେଳକୁ ରାଇଡୁ ଆହତ ସମସ୍ୟାରୁ ମୁକୁଳିସାରିଥିବେ। ତେଣୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଦଳ ସହ ପୁଣି ଯୋଗ ଦେବେ ବୋଲି ସୂଚନା ମିଳିଛି।

Comment