ଓଡ଼ିଶାଲାଇଭ୍ ବ୍ୟୁରୋ

କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଆରସିବିକୁ ଲାଗିଛି ଦୁଇଟି ଝଟକା। ପ୍ରଥମତଃ ଦଳ ୯୭ ରନର ବୃହତ ବ୍ୟବଧାନରେ ପରାଜୟ ଭୋଗିଥିବାବେଳେ ଦ୍ୱିତୀୟରେ ଦଳର ଅଧିନାୟକ କୋହଲି ଧିମା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଫାଇନ୍ ଗଣିଛନ୍ତି।

ପଞ୍ଜାବ ବିପକ୍ଷ ମ୍ୟାଚ୍ ସମୟରେ ଆରସିବି ଧାର୍ଯ୍ୟ ସମୟଠାରୁ ଧିମା ବୋଲିଂ କରିଥିଲା। ସେହି କାରଣରୁ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ନିୟମ ଅନୁଯାୟୀ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ୍ ଲଗାଯାଇଛି।ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ୨୦୭ ରନ୍ କରିଥିଲା। ଦଳର ଅଧିନାୟକ କେଏଲ୍ ରାହୁଲ ୧୩୨ ରନର ଅପରାଜିତ ଇଂନିସ୍ ଖେଳିଥିଲେ। ଜବାବରେ ଆରିସିବି ମାତ୍ର ୧୦୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

Comment