ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀ, ଭଗତ ସିଂ ଙ୍କଠାରୁ ଆରମ୍ଭ କରି ଚାଷ ପର୍ଯ୍ୟନ୍ତ ଏହି ସବୁ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ”କରୋନା ସଙ୍କଟ ସମୟରେ ମଧ୍ୟ କୃଷି କ୍ଷେତ୍ର ନିଜର ଶକ୍ତି ପ୍ରଦର୍ଶନ କରିଛି। ଦେଶର କୃଷକମାନେ ଯେତେ ମଜଭୁତ ହେବେ, ଗାଁ ଅଧିକ ଶକ୍ତିଶାଳୀ ହେବ, ଦେଶ ସେତେ ଆତ୍ମନିର୍ଭରଶୀଳ ହେବ”।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ କେବଳ କୃଷକଙ୍କ ଶକ୍ତିରେ ନିର୍ମାଣ ହେବ। କୃଷକଙ୍କୁ ମଜଭୁତ କରିବ ନୂଆ କୃଷି ବିଲ୍‌। ନୂଆ ଆଇନ ଅନୁସାରେ କୃଷକମାନେ ନିଜ ଇଚ୍ଛାରେ ଉତ୍ପାଦ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି।

ସତର୍କ ରହିବାକୁ ଅପିଲ

ପ୍ରଧାନମନ୍ତ୍ରୀ ମୋଦୀ କରୋନା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ କହିଛନ୍ତି। ଔଷଧ ନଆସିବ ଯାଏଁ ସତର୍କତାରେ ଢିଲା କରିବା ଅନୁଚିତ ବୋଲି ସେ କହିଛନ୍ତି। ଏହି ସଙ୍କଟ ସମୟରେ ସାମାଜିକ ଦୂରତା ଜରୁରୀ। ତେଣୁ ଲୋକେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ପରିବାର ସହିତ ଘନିଷ୍ଠ ହୁଅନ୍ତୁ ବୋଲି ମୋଦୀ କହିଛନ୍ତି।

ଆଗକୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ମହାନ ସ୍ୱାଧୀନତା ସଂଗ୍ରାମୀ ଗୟଭଗତ ସିଂଙ୍କ ଜୟନ୍ତୀ ଆସୁଥିବାରୁ ମୋଦୀ ଏହି ଦୁଇ ମହାପୁରୁଷଙ୍କୁ ମଧ୍ୟ ମନେ ପକାଇଛନ୍ତି।

Comment