ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବ୍ରାବି ମସଜିଦ ଭଙ୍ଗା ଘଟଣା, ୨୮ ବର୍ଷ ପୁରୁଣା ମାମଲା
  • ରାୟ ଶୁଣାଇବେ ସିବିଆଇ ସ୍ୱତନ୍ତ୍ର କୋର୍ଟ
  • ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଉମା ଭାରତୀ ମାମଲାରେ ଅଭିଯୁକ୍ତ

୨୮ ବର୍ଷ ପୁରୁଣା ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଆଜି ଆସିବ। ଲକ୍ଷ୍ନୌରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଦେବେ। ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଉମା ଭାରତୀ ପ୍ରମୁଖ ଅଭିଯୁକ୍ତ ଅଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ବୟସ ଅଧିକ ହୋଇଥିବାରୁ ଆଡଭାନୀ ଓ ଯୋଶୀଙ୍କୁ ଛାଡ଼ ମିଳିପାରେ।

ରାୟ ପ୍ରକାଶ ପାଇବାକୁ ଥିବାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ଅଯୋଧ୍ୟାରେ ୨ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଉତ୍ତରପ୍ରଦେଶର ୨୫ଟି ଜିଲ୍ଲାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ମନୋହର ଯୋଶୀ, ଆଡଭାନୀ, ଉମା ଭାରତୀଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ମାମଲାରେ ଏବେ ସୁଦ୍ଧା ବାଲ ଠାକରେଙ୍କ ସମେତ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ୧୯୯୨ ମସିହା, ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗାକୁ ନେଇ ମାମଲା ହୋଇଥିଲା।

Comment