ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଆଜି ପୁଣି ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାର ୩ ମୃତକଙ୍କ ମଧ୍ୟରେ ୬୩ ଓ ୭୪ ବର୍ଷୀୟ ଦୁଇ ଜଣ ପୁରୁଷ ଓ ୪୭ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଅଛନ୍ତି। ସେହିପରି କଟକର ୩ ମୃତକଙ୍କ ମଧ୍ୟରେ ୬୦ ଓ ୭୦ ବର୍ଷୀୟ ଦୁଇ ଜଣ ପୁରୁଷ ଏବଂ ୬୦ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଅଛନ୍ତି।
ଏଥିସହ କେନ୍ଦ୍ରାପଡ଼ାର ୪୮ ଓ ୮୫ ବର୍ଷୀୟ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝରର ୬୫, ସମ୍ବଲପୁରର ୭୩, କୋରାପୁଟର ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ବୌଦ୍ଧର ୭୧, ଜଗତସିଂହପୁରର ୪୮, ଢେଙ୍କାନାଳର ୭୦ ଓ ମାଲକାନଗିରିର ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।













