ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୧୯ ପଜିଟିଭ୍ ଚିହ୍ନଟ
  • ୯୨ ଜଣ କ୍ୱାରେଣ୍ଟାଇନରୁ,୨୨୯ ଜଣ ସ୍ଥାନୀୟ ସଂକ୍ରମିତ 
  • ସହରରେ ଏବେ ବି ୩୫୩୭ କରୋନା ଆକ୍ରାନ୍ତ ସକ୍ରିୟ

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୯ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୯୨ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୨୨୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରର ରସୁଲଗଡ଼, ପଟିଆ, ସୌଭାଗ୍ୟ ନଗର, ମଞ୍ଚେଶ୍ୱର, ପୋଖରୀପୁଟ, ୟୁନିଟ୍ ୬ ଆଦି ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି ୨୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୯,୮୮୮କୁ ବୃଦ୍ଧି ପାଇଛି। ସହରରେ ଏବେ ବି ୩୫୩୭ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି।

Comment