ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪,୪୪୨ ନୂଆ କରୋନା ମାମଲା ଆସିଥିଲା ବେଳେ ୯୦୩ ଜଣଙ୍କ ଜୀବନ ମଧ୍ୟ ଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଦେଶରେ ମୋଟି ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୬୬ଲକ୍ଷ ୨୩ ହଜାରକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ଏକ ଲକ୍ଷ ୨ହଜାର ୬୮୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି  ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୩୪ ହଜାରରେ ପହଞ୍ଚିଛି। ସମୁଦାୟ ୫୫ ଲକ୍ଷ ୮୬ ହଜାର ଲୋକ ସୁସ୍ଥ ହୋଇଛନ୍ତି।  ତେବେ ଆଶ୍ୱସ୍ତିର କଥା ହେଉଛି ଯେ ସଂକ୍ରମଣ  ମାମଲା ତୁଳନାରେ ସୁସ୍ଥ ହାର ବଢ଼ିଛି।

ଆଇସିଏମଆର ଅନୁଯାୟୀ ଅକ୍ଟୋବର ୪ପର୍ଯ୍ୟନ୍ତ ମୋଟ ୭ କୋଟି ୯୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Comment