ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦେଶରୁ ୬୧,୨୬୭ ପଜିଟିଭ୍ ଚିହ୍ନଟ
  • ୨୪ ଘଣ୍ଟା ପ୍ରାଣ ହରାଇଲେ ୮୮୪ କରୋନା ରୋଗୀ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ଟପିଲା

ଦେଶରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୬୧,୨୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ଆଉ ୮୮୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ରହିଛି। ସେଥିମଧ୍ୟରୁ ଏକ ଲକ୍ଷ ତିନି ହଜାର ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ବି ୯ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କରୋନାରେ ସକ୍ରିୟ ଅଛନ୍ତି।ଆଇସିଏମ୍ଆରର ରିପୋର୍ଟ ଅନୁସାରେ, ୫ ଅକ୍ଟୋବର ସୁଦ୍ଧା ଦେଶରେ ମୋଟ ୮ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି। ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଥିବା ଆଇସିଏମ୍ଆର ରିପୋର୍ଟ ଦେଇଛି।

ମହାରାଷ୍ଟ୍ରରେ ସଂକ୍ରମଣ ସବୁଠୁ ଉପରେ ରହିଛି। ସୋମବାର ସେଠାରୁ ୧୦,୨୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି।

Comment