ଓଡ଼ିଶାଲାଇଭ୍ ବ୍ୟୁରୋ

ଦୈନିକ ୨ ଜିବି ଡାଟା ପ୍ରଦାନ କରୁଥିବା ଏୟାରଟେଲ୍‌ର ଟପ୍-୫ ପ୍ରିପେଡ୍ ଡାଟା ପ୍ଲାନ୍ ବିଷୟରେ ଜାଣନ୍ତୁ..

ଆମର ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିଛି। ବିଭିନ୍ନ କମ୍ପାନି ପକ୍ଷରୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ପ୍ରକାର ଡାଟା ପ୍ଲାନ୍ ଅଫର୍ କରାଯାଉଛି। କିନ୍ତୁ ଏମିତି କିଛି ପ୍ଲାନ୍‌ ଅଛି ଯେଉଁଥିରେ କମ୍ ଟଙ୍କାରେ ଅଧିକ ସୁବିଧା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଏୟାରଟେଲ୍‌ର ଟପ୍-୫ ଡାଟା ପ୍ଲାନ୍‌ ବିଷୟରେ ଯେଉଁଥିରେ କମ୍ ଦରରେ ଦୈନିକ ୨ ଜିବି ଡାଟା ମିଳୁଛି।

୧୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ ହେଉଛି ଏୟାରଟେଲ୍‌ର ସବୁଠୁ ଶସ୍ତା ପ୍ଲାନ୍। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଦୈନିକ ୨ ଜିବି ଡାଟା ମିଳୁଛି। ଏଥିସହ ଅନ୍‌ଲିମିଟେଡ୍ ଲୋକାଲ୍ ଓ ନ୍ୟାସନାଲ କଲିଂ ସହ ୩୦୦ ଏସ୍‌ଏମ୍‌ଏସ୍‌ର ମାଗଣା ସୁବିଧା ପ୍ରଦାନ କରାଯାଉଛି।

୧୭୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ମିଳୁଛି। ଏହି ପ୍ଲାନ୍‌ ୨୮ ଦିନ ପାଇଁ ଉପଲବ୍ଧ। ଏଥିସହ ଏଥିରେ ଅନ୍‌ଲିମିଟେଡ୍ ଲୋକାଲ୍ ଓ ନ୍ୟାସନାଲ କଲିଂ ସହ ୩୦୦ ଏସ୍‌ଏମ୍‌ଏସ୍ ମାଗଣା ଦିଆଯାଉଛି। ତେବେ ଖାସ୍ କଥା ହେଉଛି ଏହି ପ୍ଲାନ୍ ବ୍ୟବହାରକାରୀଙ୍କୁ ୨ ଲକ୍ଷ ଟଙ୍କାର ଜୀବନବୀମା ବି ମିଳୁଛି।୨୯୮ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ୨୮ ଦିନ ଯାଏଁ ଦୈନିକ ୨ ଜିବି ଡାଟା, ଅନ୍‌ଲିମିଟେଡ୍ ଲୋକାଲ୍ ଓ ନ୍ୟାସନାଲ କଲିଂ ସୁବିଧା ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ମଧ୍ୟ ଦିଆଯାଉଛି। ତେବେ ଏହି ପ୍ଲାନ୍‌ରେ ଜୀବନବୀମା ସୁବିଧା ଦିଆଯାଉନାହିଁ। କିନ୍ତୁ ସୋ ଏକାଡେମୀରେ ଏକ ବର୍ଷ ପର୍ଯ୍ୟନ୍ତ ଅନ୍‌ଲାଇନ୍ କୋର୍ସ କରିବାକୁ ସୁବିଧା ମିଳୁଛି। ଏହାଛଡ଼ା ଏୟାରଟେଲ୍ ଏକ୍ସଟ୍ରିମ୍ ଆପ୍‌ର ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି।

୪୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳୁଛି। ଏହି ପ୍ଲାନ୍‌ ୫୬ ଦିନ ଯାଏଁ ଉପଲବ୍ଧ। ଏଥିରେ ଅନ୍‌ଲିମିଟେଡ୍ ଲୋକାଲ୍ ଓ ନ୍ୟାସନାଲ କଲିଂ ସୁବିଧା ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ଦିଆଯାଉଛି। ଏଥିରେ ସୋ ଏକାଡେମୀରେ ଏକ ବର୍ଷ ପର୍ଯ୍ୟନ୍ତ ଅନ୍‌ଲାଇନ୍ କୋର୍ସ କରିବାକୁ ସୁବିଧା ମିଳୁଛି।

ଏହାଛଡ଼ା ଏୟାରଟେଲ୍ ଏକ୍ସଟ୍ରିମ୍ ଆପ୍‌ର ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ରେ ଜୀବନବୀମା ସୁବିଧା ଦିଆଯାଉନାହିଁ।୫୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ ୫୬ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ଦୈନିକ ୨ ଜିବି ଡାଟା ମିଳୁଛି। ସେହିପରି ଅନ୍‌ଲିମିଟେଡ୍ ଲୋକାଲ୍ ଓ ନ୍ୟାସନାଲ କଲିଂ ସୁବିଧା ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ଦିଆଯାଉଛି। ଏହି ପ୍ଲାନ୍‌ରେ ଜୀବନବୀମା ସୁବିଧା ଦିଆଯାଉନାହିଁ।

କିନ୍ତୁ ସୋ ଏକାଡେମୀରେ ଏକ ବର୍ଷ ପର୍ଯ୍ୟନ୍ତ ଅନ୍‌ଲାଇନ୍ କୋର୍ସ କରିବାକୁ ସୁବିଧା ମିଳୁଛି। ଏହାଛଡ଼ା ଏହି ପ୍ଲାନ୍‌ରେ ଏୟାରଟେଲ୍ ଏକ୍ସଟ୍ରିମ୍ ଆପ୍‌ର ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି। ଏଥିସହ ଏକ ବର୍ଷ ପର୍ଯ୍ୟନ୍ତ ଡିଜ୍‌ନି+ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ବି ମିଳୁଛି।

Comment