ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ପ୍ରତ୍ୟେକ ଦେଶର ନିଜର ସ୍ୱତନ୍ତ୍ର ପରିଚୟ ଅଛି। କାରଣ ସବୁ ଦେଶର ସ୍ୱତନ୍ତ୍ର ପରମ୍ପରା ଓ ସଂସ୍କୃତି ରହିଥାଏ। ତେବେ ସେମିତି ଏକ ନିଆରା ଦେଶ ହେଉଛି ମାଡାଗାସ୍କର। ଏଠାକାର ରୀତିନୀତି, ନିୟମ ସବୁଠୁ ଭିନ୍ନ।

ମାଡାଗାସ୍କରର ସମ୍ପୂର୍ଣ୍ଣ ନାମ ହେଉଛି ରିପବ୍ଲିକ୍ ଅଫ୍ ମାଡାଗାସ୍କର। ଏହା ଆଫ୍ରିକାର ଦକ୍ଷିଣ ଉପକୂଳ ନିକଟ ଭାରତ ମହାସାଗରରେ ଏକ ଦ୍ୱୀପ ଦେଶ। ମାଡାଗାସ୍କର ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ଦ୍ୱୀପ। ଏହି ଦେଶରେ ରହୁଥିବା ଲୋକମାନେ ବ୍ରୁନେଇ ଦ୍ୱୀପରୁ ଆସିଛନ୍ତି। ଏଠାକାର ଲୋକମାନେ ମାଲାଗାସୀ ଏବଂ ଫରାସୀ ଭାଷା କୁହନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଡାଗାସ୍କରରେ ପିଲା ହୁଅନ୍ତୁ ବା ବୃଦ୍ଧ , ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ ସମାନ ପୋଷାକ ପିନ୍ଧନ୍ତି। ଏହି ପୋଷାକକୁ ସ୍ଥାନୀୟ ଭାଷାରେ ‘ଲାମ୍ବା’ କୁହାଯାଏ। ତେବେ ଏଠାରେ କାହିଁକି ଏଭଳି ନିୟମ ରହିଛି ତାହା କେହି ଜାଣନ୍ତି ନାହିଁ।

କେବଳ ଏତିକି ନୁହେଁ ମାଡାଗାସ୍କର ରଙ୍ଗୀନ ମାଟି ହେତୁ ରେଡ ଦ୍ୱୀପ ଭାବରେ ମଧ୍ୟ ଜଣାଶୁଣା। ଏଠାରେ ଅନେକ ପ୍ରକାରର ଔଷଧୀୟ ଉଦ୍ଭିଦ ମଧ୍ୟ ଅଛି। ଯାହା ଔଷଧ ଭାବେ ବ୍ୟବହୃତ ହୋଇଥାଏ।

LEAVE A REPLY

Please enter your comment!
Please enter your name here