ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆ ସାହାଯ୍ୟରେ ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢ଼ାବା’ ଖାଇବା ଏବେ ଲୋକମାନେ ଘରେ ବସି ପାଇପାରିବେ। ଦିଲ୍ଲୀବାସୀଙ୍କ ପାଇଁ ଏଭଳି ସୁବିଧା ଆଣିଦେଇଛି ଜୋମାଟୋ।

ଜୋମାଟୋ ତା ଲିଷ୍ଟରେ ବାବା କା ଢ଼ାବାକୁ ସାମିଲ କରିଛି। ଯେଉଁ ବ୍ୟକ୍ତି ଚାହିଁବେ ଜୋମାଟୋ ସାହାଯ୍ୟରେ ସେଠାରୁ ଖାଦ୍ୟ ଅର୍ଡର କରି ପାଇପାରିବେ। ଏନେଇ ଜୋମାଟୋ ଟୁଇଟ୍ କରି ସୂଚନା ଦେଇଛି।

ବୁଧବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଦିଲ୍ଲୀର ମାଲବୀୟ ନଗରରେ ରହୁଥିବା ଝଣେ ବୃଦ୍ଧ ନିଜ ବେପାର ନହେବାରୁ କାନ୍ଧୁଥିବା ଦେଖିବାକୁ ମିଳିଥିଲା। ସେହି ବୃଦ୍ଧ ଜଣଙ୍କ ଭିଡିଓ ହଠାତ୍ ଟୁଇଟରେ ଟ୍ରେଣ୍ଡ କରିବା ସହିତ ଏହାକୁ ଅନେକ ବଲିଉଡ୍ ଓ କ୍ରିକେଟ୍ ସେଲିବ୍ରିଟି ସେଆର୍ କରିଥିଲେ।

କେତେକ ଲୋକ ନିଜେ ସେହି ବୃଦ୍ଧଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏବେ ବାବା କା ଢାବାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଲୋକମାନେ ବୁଢ଼ା ମଉସାଙ୍କୁ ସାହାଯ୍ୟ କରିବା ସହିତା ତାଙ୍କ ଢ଼ାବାରୁ ଖାଦ୍ୟ ଖାଉଛନ୍ତି।

Comment