ଓଡ଼ିଶାଲାଇଭ୍‌ ବ୍ୟୁରୋ

baba ki dhaba

ମେନଷ୍ଟ୍ରିମ ମିଡିଆରେ କଭରେଜରୁ ସେତିକି ଫାଇଦା ମିଳି ନ ଥାଏ, ଯାହା ବେଳେ ବେଳେ ସୋସିଆଲ ମିଡିଆରୁ ମିଳିଥାଏ। ସତରେ ବେଳେ ବେଳେ ଚମତ୍କାର କରିଦିଏ ସୋସିଆଲ ମିଡିଆ। ସେମିତି ଏକ ଚମତ୍କାର ଫାଇଦା ପାଇଛି, ମାଲବୀୟନଗରର ବାବା କା ଢାବା। କରୋନାରେ ଏକଦମ ବେପାର ହରାଇଥିବା ଏକ ଉଠାଦୋକାନୀ ଏବେ ତାଙ୍କ ବ୍ୟବସାୟରେ ଚମତ୍କାର ବୃଦ୍ଧି ହୋଇଛି। ଆଉ ଏହାର ଶ୍ରେୟ ସୋସିଆଲ ମିଡିଆକୁ ହିଁ ଯିବ। ଆଉ ଏ ସୋସିଆଲ ମିଡିଆର ଚମତ୍କାରିତାକୁ ମେନଷ୍ଟ୍ରିମ ମିଡିଆ ସେମାନଙ୍କ ପ୍ରାଇମଟାଇମରେ ସ୍ଥାନ ଦେଇଛନ୍ତି।

ମାଲବୀୟନଗରର କାନ୍ତା ପ୍ରସାଦ। କରୋନା ସମୟରେ ତାଙ୍କ ଛୋଟିଆ ଖାଇବା ଦୋକାନକୁ କେହି ଆସୁ ନ ଥିଲେ। ଗତ ୬ ମାସ ହେଲା ପ୍ରାୟ ବନ୍ଦ ହେବା ସ୍ଥିତିରେ ଥିଲା। ଦିଲ୍ଲୀ ଭଳି ସହରରେ କେମିତି ଚଳିବେ, କେମିତି ଖାଇବେ, ଏ ଚିନ୍ତାରେ ଥିଲେ ୮୦ ବର୍ଷୀୟ ଦମ୍ପତି। ଆଉ ଗତ ଗୁରୁବାର ଥିଲା ତାଙ୍କ ପାଇଁ ପରିବର୍ତ୍ତନର ଦିନ। ସୋସିଆଲ ମିଡିଆ କଣ ଆଦୌ ଜାଣି ନଥିବା ଏହି ଦମ୍ପତି ସେଥିପାଇଁ ହିଁ ଏବେ ସାରା ଦେଶରେ ଚର୍ଚ୍ଚିତ। ଫାଙ୍କା ଥିବା ତାଙ୍କର ଏ ଢାବାରୁ ଖାଇବା ପାଇଁ ଲୋକେ ଏବେ ଧାଡ଼ି ଲଗାଉଛନ୍ତି। ଆଉ ବାବାଙ୍କ ଢାବା କେଉଁଠି ବୋଲି ଖୋଜିଖୋଜି ପହଞ୍ଚୁଛନ୍ତି ମାଲବୀୟନଗରର ଏକ କୌଣରେ ବାକ୍ସ ଭଳି ଏ ଛୋଟିଆ ଢାବାରେ।

କରୋନା ପୂର୍ବରୁ ଯେମିତି ହେଲେ ଚଳୁଥିଲା। ହେଲେ କରୋନା ପରଠାରୁ ସ୍ଥିତି ପୂରା ବିଗିଡ଼ିଗଲା। ଏମିତି ବି ସ୍ଥିତି ହେଉଥିଲା ଦିନକୁ ୩୦ ଟଙ୍କା ବି ରୋଜଗାର ହେଉ ନ ଥିଲା। ହେଲେ ତାଙ୍କ ଭାଗ୍ୟରେ ବୋଧେ ଚର୍ଚ୍ଚିତ ହେବା ଭଗବାନଙ୍କ ଉଦ୍ଦେଶ୍ୟ ଥିଲା। ଏମିତି ଖାଇବା ଖୋଜିଖୋଜି ଜଣେ ଯୁବକ ପହଞ୍ଚିଯାଇଥିଲେ। ଆଉ ତାଙ୍କ ରୋଷେଇ ଶୈଳୀ ଓ ଖାଦ୍ୟ ଦେଖି ଏକଦମ ଖୁସି ହୋଇଯାଇଥିଲେ। ହେଲେ ରୋଜଗାର ଠିକଠାକ୍ ହେଉଛି କି ନାହିଁ ପଚାରିବା ବେଳକୁ କାନ୍ତାପ୍ରସାଦଙ୍କ ଆଖିରୁ ଲୁହ ଝରିବା ଆରମ୍ଭ ହୋଇଥିଲା। କୋହର ସହ କହିଥିଲେ, କେମିତି କରୋନା ପାଇଁ ରୋଜଗାର ବନ୍ଦ ହୋଇଯାଇଛି। ପରିବାର ଉପରେ ଅନେକ ଚାପ। ପିଲାମାନେ ବି ସେମାନଙ୍କ ଦୁଃଖସୁଖ ବୁଝୁନାହାନ୍ତି। ଏସବୁର ଭିଡିଓ କରି ସମ୍ପୃକ୍ତ ଯୁବକ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଆଉ ତାପରେ ଯାହା ହେଲା ଆଜି ସମସ୍ତେ ଦେଖୁଛନ୍ତି। ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ଚର୍ଚ୍ଚାକୁ ଆସିଥିଲା ବାବାଙ୍କ ଢାବା।

baba da dhaba_delhi

ଭାଇରାଲ ଭିଡିଓ ଆପ୍ ବିଧାୟକ ସୋମନାଥ ଭାରତୀଙ୍କ ନଜରରେ ଆସିଥିଲେ। ସେ ନିଜେ ସାହାଯ୍ୟ କରିବାର ପ୍ରତିଶୃତି ଦେବା ସହ, ଅନ୍ୟମାନଙ୍କୁ ଏ ଢାବାରୁ ଖାଇ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଆଉ ଜମାଟୋ ବି ତାର ତାଲିକାରେ ବାବାଙ୍କ ଢାବାକୁ ସାମିଲ କରିଛି। ଦିଲ୍ଲୀ ବାସିନ୍ଦା ବାବାଙ୍କ ଢାବାରୁ ଖାଇବା ପାଇପାରିବେ। ଅଭିନେତ୍ରୀ ରବୀନା ଟଣ୍ଡନ, କ୍ରିକେଟର ଅଶ୍ୱୀନ କୁମାର, ବଲିଉଡ ଅଭିନେତା ରଣଦୀପ ହୁଡାଙ୍କ ଭଳି ବହୁ ସେଲିବ୍ରିଟି ଏ ବାବାଙ୍କ ଭିଡିଓକୁ ସେୟାର କରିଛନ୍ତି। ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here