ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ଦେଶରୁ ୭୪,୩୮୩ ପଜିଟିଭ୍ ଚିହ୍ନଟ
  • ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ପାର୍
  • ଏବେ ବି ୮ ଲକ୍ଷ ୬୭ ହଜାର କରୋନା ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୪,୩୮୩ କରୋନା ସଂକ୍ରମିତ। ଏଥିସହ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ପାର୍ ହେବା ନେଇ ରିପୋର୍ଟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଭାରତରେ ଏବେ ସୁଦ୍ଧା ୬୦ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ଏହାସହ ୧ ଲକ୍ଷ ୮ ହଜାର ୩୩୪ ଜଣ ଆକ୍ରାନ୍ତଙ୍କର କରୋନାରେ ପ୍ରାଣହାନି ଘଟିଛି। ଦେଶରେ ଏବେ ବି ୮ ଲକ୍ଷ ୬୭ ହଜାର କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।ଆଇସିଏମ୍ଆରର ରିପୋର୍ଟ ଅନୁଯାୟୀ, ୧୦ ଅକ୍ଟୋବର ସୁଦ୍ଧା ଦେଶରେ ମୋଟ ୮ କୋଟି ୬୮ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇସାରିଲାଣି। ସେଥିମଧ୍ୟରୁ ଏହି ୭୦ ଲକ୍ଷ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି।

ଦେଶରେ ସବୁଠୁ ଅଧିକ ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠୁ ଉପରେ ରହିଛି। ଏହା ପଛକୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ରହିଛି।

Comment