ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ଲକଡାଉନ ଯୋଗୁଁ ପ୍ରଦୂଷଣ କମିଥିଲା। ପରିବେଶ ଉପରେ ଏହାର ଭଲ ପ୍ରଭାବ ପଡ଼ିଥିଲା। ଆପଣ କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ଏହି କରୋନା ପାଇଁ ଗତ ୪ ମାସରେ ଆର୍ଥାତ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ୧୮ ହଜାର ଟନ୍‌ ଆବର୍ଜନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି। ଏହି ଆବର୍ଜନା ଭିତରେ ବିଭିନ୍ନ ମେଡିକାଲ ଉପକରଣ ରହିଛି। ଯେମିତିକି ମାସ୍କ, ପିପିଇ କିଟ, ସାଲାଇନ, ଇଞ୍ଜେକସନ, ଗ୍ଲୋଭସ, ଛୁଞ୍ଚି, ବ୍ୟାଗ ଇତ୍ୟାଦି।

ଆବର୍ଜନ ସୃଷ୍ଟି କରିବା କ୍ଷେତ୍ରରେ ଦେଶରେ ମହରାଷ୍ଟ୍ର ସବୁଠୁ ଆଗରେ ରହିଛି। ମହାରାଷ୍ଟ୍ରରେ ୩,୫୮୭ ଟନ୍ ଆବର୍ଜନା ସୃଷ୍ଟି ହୋଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ଜୁନଠାରୁ ଚାରି ମାସ ମଧ୍ୟରେ ମହାରାଷ୍ଟ୍ରରେ ୩, ୫୮୭ ଟନ୍ ଆବର୍ଜନା ସୃଷ୍ଟି ହୋଇଥିଲା ବେଳେ ତାମିଲନାଡୁରେ ୧,୭୩୭ ଟନ୍, ଗୁଜୁରାଟରେ ୧,୬୯୮ ଟନ୍, କେରଳରେ ୧୫୧୬ ଟନ୍, ଉତ୍ତରପ୍ରଦେଶରେ ୧୪୧୬ ଟନ୍, ଦିଲ୍ଲୀରେ ୧୪୦୦ ଟନ୍, କର୍ଣ୍ଣାଟକରେ ୧,୩୮୦ ଟନ୍ ଏବଂ ପଶ୍ଚିମବଙ୍ଗ ୧୦୦ ଟନ୍ ଆବର୍ଜନା ସୃଷ୍ଟି ହୋଇଛି।

Comment