ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କଟକଣା ଭିତରେ ଅନୁଷ୍ଠିତ ହେବ ଯାଜପୁର ପ୍ରସିଦ୍ଧ ମା’ ବିରଜାଙ୍କ ରଥଯାତ୍ରା। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ରଥଯାତ୍ରା। ତେବେ ଯାତ୍ରରେ ଗହଳିକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯିବ। ସୋମବାର ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।କରୋନା ପାଇଁ ରାଜ୍ୟର ସମସ୍ତ ପର୍ବପର୍ବାଣୀ ଫିକା ପଡ଼ିଯାଇଥିବା ବେଳେ, ଯାଜପୁର ପ୍ରସିଦ୍ଧ ମା ବିରଜାଙ୍କ ରଥଯାତ୍ରା ଆୟୋଜନ ହେବାକୁ ନେଇ ଦ୍ଵନ୍ଦ ରହିଥିଲା। ତେବେ କିଛିଦିନ ପୂର୍ବେ ହାଇକୋର୍ଟ ଯାଜପୁର ରଥଯାତ୍ରାକୁ କୋଭିଡ କଟକଣା ମଧ୍ୟରେ ଆୟୋଜନ କରବାକୁ ଅନୁମତି ଦେଇଥିଲେ।

ତେବେ କିପରି କଟକଣା ଭିତରେ ଏହି ଯାତ୍ରକୁ ଅନୁଷ୍ଠିତ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ। ଏଥିପାଇଁ ସୋମବାର ଯାଜପୁର ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରିଛନ୍ତି।ଯାତ୍ରାରେ ସାଧାରଣ ଲୋକଙ୍କୁ ବାରଣ କରାଯିବା ସହ ୧୪୪ ଧାରା ଲାଗୁ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କର କୋଭିଡ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।

Comment