ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ। ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବୀପ୍ରସାଦ ମିଶ୍ର ଓ ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ତିର୍ତ୍ତୋଲର ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ଗତଥରର ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ହେଲେ ଉପ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବ ବୋଲି ଆଭାସ୍ ମିଳିନଥିଲା। ଏହାପରେ ସେ ବିଜେପିରୁ ଇସ୍ତଫା ଦେଇଦେଇଥିଲେ।

ଏହାପରେ ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି। ରମାକାନ୍ତ ବିଜେଡିରେ ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ହେବ ବୋଲି କୁହାଯାଉଛି। ଦଳ ବିଜେଡି ଭୋଟରଙ୍କ ସହିତ ରମାକାନ୍ତଙ୍କ ସପକ୍ଷରେ ଥିବା ବିଜେପି ଭୋଟ ମଧ୍ୟ ହାତେଇବାକୁ ଲକ୍ଷ୍ୟ ରଖିଛି।

Comment