ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି। ଆଗକୁ ଶୀତ ଦିନ ଆସୁଥିବାରୁ କେନ୍ଦ୍ର ସରକାର ଏନେଇ ଲୋକଙ୍କୁ ସତର୍କ କରିଛନ୍ତି। ମଙ୍ଗଳବାର ନୀତି ଆୟୋଗର ସଦସ୍ୟ ଡାକ୍ତର ଭି କେ ପଲ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପରାମର୍ଶ ଦେଇଛନ୍ତି।

‘‘କିଛି ଦେଶରେ ଶୀତ ପାଇଁ ସଂକମ୍ରଣ ବଢ଼ିଥିବା ଦେଖିବାକୁ ମିଳିଛି। ଆମ ଦେଶରେ ମଧ୍ୟ ସଂକ୍ରମଣ ବଢ଼ିପାରେ। ତେଣୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ନହେଲେ ଏତେଦିନର ପରିଶ୍ରମ ବୃଥା ଯିବ’’, କହିଛନ୍ତି ଡାକ୍ତର ଭି କେ ପଲ୍‌।

ଅନ୍ୟପକ୍ଷରେ କରୋନା ଟିକାର ଅଗ୍ରଗତି ନେଇ ସେ ସୂଚନା ଦେଇଛନ୍ତି। ଭାରତରେ ବିକଶିତ ୨ଟି ଟିକା କୋଭାକ୍ସିନ ଓ କାଡିଲାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିବ ବୋଲି ସେ କହିଛନ୍ତି।

Comment