ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିଲା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ। ସିଲ୍‌ ହେବାର ୮ ଦିନ ପରେ ବିଏମସି ଅଧିକାରୀ ଓ ପୋଲିସ୍‌ ଉପସ୍ଥିତିରେ ଅଫିସକୁ ଖୋଲାଯାଇଛି।

ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ୧୦ ତାରିଖରେ ୧୫ ଦିନ ପାଇଁ ଅପରାଜିତାଙ୍କୁ ଅଫିସକୁ ସିଲ୍‌ କରାଯାଇଥିଲା।

ଅନ୍ୟପଟେ ଶନିବାର ଏକ ସାମ୍ବାଦିକ ସମ୍ମଳନୀ କରି ଅଫିସ ସିଲ୍‌ ଘଟଣାକୁ ବେଆଇନ ବୋଲି କହିଥିଲେ ଅପରାଜିତା। ଏହାଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହୋଇଛି। ମାନସିକ ଆଘାତ ଲାଗିଛି। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି ବୋଲି କହିଥିଲେ।

Comment