ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍ ଜରିଆରେ ଶ୍ରୀ ଆଚାର୍ଯ୍ୟଙ୍କ ଆରୋଗ୍ୟ କାମନା କରିଛନ୍ତି।

ବୁଧବାର ଦିନ ପ୍ରସନ୍ନ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ପର ଦିନ ସେ ବରଗଡ଼ ଯାଇଥିଲେ। ବାଟରେ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏଣୁ ସେ ବରଗଡ଼ରେ କୋଭିଡ୍ ଟେଷ୍ଟ କରିଥିଲେ। ଏଥିରେ ପଜିଟିଭ ବହାରିଛି।ଏହା ପରେ ତାଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି।

 

Comment