ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗରିବ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ‘ଜାଗା ମିଶନ’ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

୩୯୯ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୬୦ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଅନ୍ୟମାନଙ୍କ ଯୋଗ୍ୟତା ଯାଞ୍ଚ୍ କରି ଜମିପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଜମିପଟ୍ଟା ପ୍ରଦାନ ଉତ୍ସବରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ‘ଜାଗା ମିଶନ’ ସଂପର୍କରେ ସୂଚନା ଦେଇଥିଲେ।ଏହି ଅବସରରେ ସ୍ଥାନୀୟ ସହରାଞ୍ଚଳରୁ ଅଳିଆ ଆବର୍ଜନା ସଫା କରିବାକୁ ୪ଟି ମାଇକ୍ରୋ ଆକ୍ଟିଭ୍ ଅଟୋରିକ୍ସା ଲୋକାର୍ପିତ ହୋଇଛି।

LEAVE A REPLY

Please enter your comment!
Please enter your name here